ହେପାଟାଇଟିସ୍ ଏ ଟିକା
ହେପାଟାଇଟିସ୍ ଏ ଟିକା ଏକ ପ୍ରକାର ଟିକା ଯାହା ହେପାଟାଇଟିସ ଏ ରୋଗକୁ ପ୍ରତିରୋଧ କରେ ।[୧] ଏହା ୯୫ % ଲୋକଙ୍କଠାରେ ଅତି କମରେ ୧୫ ବର୍ଷ ଓ ପ୍ରାୟ ଆଜୀବନ ପ୍ରଭାବଶାଳୀ ରହେ ।[୨][୧] ଏକ ବର୍ଷ ବୟସ ପରେ ଦୁଇ ଡୋଜ ଦେବାକୁ ସୁପାରିସ କରାଯାଏ । ଏହା ଇଞ୍ଜେକସନ ଆକାରରେ ମାଂସପେଶୀରେ ଦିଆଯାଏ ।[୧] ହେପାଟାଇଟିସ୍ ଏ ରୋଗ ମଧ୍ୟମ ଧରଣର ହେଉଥିବା ଇଲାକାରେ ଡବ୍ଲ୍ୟୁଏଚଓ (WHO) ସମସ୍ତଙ୍କୁ ଟିକା ଦେବାକୁ ସୁପାରିସ କରେ । ଅତି ସାଧାରଣ ଭାବରେ ହେଉଥିବା ସ୍ଥାନରେ ପିଲାଦିନୁ ଇମ୍ମ୍ୟୁନିଟି ତିଆରି ହେଉଥିବା ଯୋଗୁ ସମସ୍ତଙ୍କୁ ଟିକା ଦେବା ଅନାବଶ୍ୟକ ।[୧] କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରେଭେନସନ୍ ସବୁ ପିଲାଙ୍କୁ ଓ ସଙ୍କଟାପନ୍ନ ସବୁ ବୟଃପ୍ରାପ୍ତ ଲୋକଙ୍କୁ ଟିକା ଦେବାକୁ ଉପଦେଶ ଦେଉଛି । [୩] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଇଞ୍ଜେକସିନ ନେଇଥିବା ସ୍ଥାନରେ ୧୫ % ପିଲାଙ୍କର ଓ ଅଧା ସଂଖ୍ୟକ ବଡ଼ ମଣିଷଙ୍କର କଷ୍ଟ ହୁଏ ।ଅଧିକାଂଶ ଟିକା ନିଷ୍କ୍ରିୟ ଥାଆନ୍ତି ଓ ଅଳ୍ପ କେତେକ ଦୁର୍ବଳ ଭୁତାଣୁ ଥାଆନ୍ତି । ଦୁର୍ବଳ ଭୁତାଣୁ ଟିକା ଗର୍ଭାବସ୍ଥାରେ ଓ ଇମ୍ମ୍ୟୁନିଟି ଅଭାବ ଥିବା ଲୋକଙ୍କୁ ଦେବାକୁ ମନାକରାଯାଏ । ହେପାଟାଇଟିସ୍ ବି ବା ଟାଇଫଏଡ ଟିକା ସହିତ ହେପାଟାଇଟିସ୍ ଏ ଟିକା ମିଶେଇ କେତେକ ମିଶ୍ରିତ ଟିକା ଉପଲବ୍ଧ ହେଉଛି ।[୧] ପ୍ରଥମ ହେପାଟାଇଟିସ୍ ଏ ଟିକା ସନ ୧୯୯୧ରେ ୟୁରୋପରେ ଓ ସନ ୧୯୯୫ରେ ସ୍ୱିକୃତି ପାଇଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଆମେରିକାରେ ଏହାର ମୂଲ୍ୟ ୫୦ରୁ ୧୦୦ ଡଲାର । [୬] ଆଧାର
Information related to ହେପାଟାଇଟିସ୍ ଏ ଟିକା |
Portal di Ensiklopedia Dunia