B vitamin supplement tablets
ଜୀବସାର ଖ ବା ଭିଟାମିନ ଖ (ଇଂରାଜୀରେ Vitamin B) ଗୋଟିଏ ଭିଟାମିନ ଗୋଷ୍ଠିର ନାମ । ଏହି ଭିଟାମିନ ଦେହର ଜୀବକୋଷ ବିପାକରେ (metabolism) ସାହାଯ୍ୟ କରେ । ଏହି ଭିଟାମିନମାନଙ୍କର ଏକା ଭଳି ନାମ ଥିଲେ ମଧ୍ୟ ଗବେଷଣାଦ୍ୱାରା ଦେଖାଯାଇଛି, ସେ ସମସ୍ତଙ୍କର ରାସାୟନିକ ଗଠନ ପରଷ୍ପରଠାରୁ ଅଲଗା କିନ୍ତୁ ସମସ୍ତେ ଖାଦ୍ୟରେ ଏକାଠି ଥାଆନ୍ତି । ଏହି ଗୋଷ୍ଠିରେ ଆଠଟି ଭିଟାମିନ ଥାଏ । ସମସ୍ତଙ୍କୁ ବର୍ଣ୍ଣମାଳାର ଗୋଟିଏ ଅକ୍ଷର 'ଖ' ସାଥୀରେ ଗୋଟିଏ ସଂଖ୍ୟା ଦିଆଯାଇଥାଏ, ଯେପରିକି ଖ୧, ଖ&nଖsp;୨ ଇତ୍ୟାଦି ।
ଖ ଭିଟାମିନଙ୍କର ନାମ
ଭିଟାମିନ ଖ୧ (ଥିଆମିନ/ thiamin)
ଭିଟାମିନ ଖ୨ (ରାଇବୋଫ୍ଲାଭିନ/ riboflavin)
ଭିଟାମିନ ଖ୩ (ନିଆସିନ ବା ନିଆସିନାମାଇଡ/ niacin or niacinamide)
ଭିଟାମିନ ଖ୫ (ପାଣ୍ଟୋଥେନିକ ଏସିଡ/ pantothenic acid)
ଭିଟାମିନ ଖ୬ (ପାଇରିଡକ୍ସିନ, ପାଇରିଡକ୍ସାଲ ବା ପାଇରିଡକ୍ସାମିନ/ pyridoxine, pyridoxal, or pyridoxamine, or pyridoxine hydrochloride)
ଭିଟାମିନ ଖ୭ (ବାୟୋଟିନ/ Biotin)
ଭିଟାମିନ ଖ୯ (ଫୋଲେଟ/ folate)
ଭିଟାମିନ ଖ୧୨ (ଅନେକ ପ୍ରକାରର କୋବାଲାମିନ, ସଧାରଣତଃ ସ୍ୟାନୋକୋବାଲାମିନ/ various cobalamins; commonly cyanocobalamin in vitamin supplements)
ଭିଟାମିନ ଖ ଅଭାବ
କେତେକ ଖ ଭିଟାମିନ ଅଭାବ ଜନିତ ଲକ୍ଷଣ ସମୂହକୁ ନିର୍ଦ୍ଦିଷ୍ଟ ରୋଗ ନାମ ଦିଆଯାଇଛି ।
ଖାଦ୍ୟ ଉତ୍ସ
ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟରେ ଭିଟାମିନ ଖ କମ ଥାଏ । ଏହି କାରଣ ଯୋଗୁ ଅଟାରେ ଭିଟାମିନ ମିଶେଇବା ନିୟମ ଆମେରିକା ସହ ଅନେକ ଦେଶରେ ଅଛି । ଏହି ଅଟାକୁ ଏନ୍ରିଚ୍ଡ୍ ଫ୍ଲୋର୍ ବା ଉନ୍ନତ ଅଟା କୁହାଯାଏ । କେତେକ ଜୀବ ଯଥା ଟୁର୍କି, ଟୁନା ମାଂସରେ ଓ କଲିଜାରେ ଭିଟାମିନ ଖ ବହୁତ ଥାଏ [ ୧] । ଅଣପ୍ରକ୍ରିୟାକୃତ ଶସ୍ୟ, ଆଳୁ, ପାଚିଲା କଦଳି, କାପ୍ସିକମ, ବିନ୍, ଲେଣ୍ଟିଲ, ମୋଲାସେସ୍, ମଦ୍ୟ ପ୍ରସ୍ତୁତକାରୀ ଇଷ୍ଟ(Yeast ) ଇତ୍ୟାଦି ଖ ଭିଟାମିନର ଉତ୍ତମ ଉତ୍ସ [ ୨] । ବିଅର୍ ପାନ କଲେ ଭିଟାମିନ୍ ଖ୧ [ ୩] [ ୪] , ଖ୨ [ ୫] , ଖ୩ [ ୬] , ଖ୭ [ ୭] ଓ ଖ୯ [ ୮] [ ୯] ଦେହ ଭିତରକୁ ଅବଶୋଷିତ ହୋଇପାରେ ନାହିଁ ତେଣୁ ଜୈବ ଉପଲବ୍ଧତା ହୁଏ ନାହିଁ । ଅଧିକ ଆଲ୍କୋହୋଲ୍ ପାନ କଲେ ଏହି ଭିଟାମିନ ଅଭାବ ଅଧିକ ହୁଏ ।
ଭିଟାମିନ୍ ଖ୧୨ ଅଧିକ ଚିନ୍ତାର ଯୋଗ୍ୟ, କାରଣ ଏହା ବୃକ୍ଷରୁ ମିଳେ ନାହିଁ । ଅନେକ ଖାଦ୍ୟ ନିର୍ମାତା ଖ୧୨ ଥିବା ଦର୍ଶାନ୍ତି, କିନ୍ତୁ ଏହି ରିପୋର୍ଟ ଜଟିଳ ରାସାୟନିକ ପରୀକ୍ଷା ଯୋଗୁ ମିଳେ ଯାହା ସତ୍ୟ ନୁହେଁ । ଥିଆମିନ ପରିସ୍ରାରେ ଅଧିକ ନିଷ୍କାସିତ ହେଉଥିବାରୁ ମଧୁମେହ ରୋଗରେ ଏହାର ଆବଶ୍ୟକତା ଅଧିକ ଥାଏ [ ୧୦] । ଗର୍ଭାବସ୍ଥାରେ ଅଧିକ ଫଲିକ ଏସିଡ ନ ଖାଇଲେ ବର୍ଦ୍ଧିଷ୍ଣୁ ଶିଶୁର ନିଉରାଲ୍ ଟ୍ୟୁବ ସଠିକ ଭାବେ ତିଆରି ହୋଇପାରେ ନାହିଁ [ ୧୧] ।
ପାର୍ଶ୍ୱପ୍ରତିକ୍ରିୟା
ଭିଟାମିନ ଖ ଜଳ-ଦ୍ରବଣୀୟ ହୋଇଥିବା ଯୋଗୁ ମୂତ୍ରରେ ନିଷ୍କାସିତ ହୋଇଯାଏ ଓ ଦେହରେ ଅଭାବ ହୁଏ ।
ଭିଟାମିନ
ନାମ
ସର୍ବାଧିକ ଖାଇବା ପରିମାଣ
ବିପତ୍ତିକାରୀ ପ୍ରଭାବ
ଭିଟାମିନ ଖ୧
ଥିଆମିନ
ନାହିଁ[ ୧୨]
ଖାଇବାଦ୍ୱାରା ପାର୍ଶ୍ୱପ୍ରତିକ୍ରିୟା ହୁଏ ନାହିଁ, କିନ୍ତୁ ଇଞ୍ଜେକସନ ଅଧିକ ପରିମାଣର ନେଲେ ଆନାଫାଇଲାକ୍ସିସ୍ ହୁଏ । [ ୧୨]
ଭିଟାମିନ ଖ୨
ରାଇବୋଫ୍ଲାଭିନ
ନାହିଁ [ ୧୩]
ସାମାନ୍ୟ ମନୁଷ୍ୟ ଓ ପଶୁ ଉପରେ ପରୀକ୍ଷାରେ ବିଷାକ୍ତ ପ୍ରଭାବ ନାହିଁ କିନ୍ତୁ ଇନ୍-ଭିଟ୍ରୋ ପରୀକ୍ଷାରେ ମୁକ୍ତ ଅମ୍ଳଜାନ ରାଡିକ୍ଲ ବାହାରିବା ଦେଖାଯାଏ ।[ ୧୩]
ଭିଟାମିନ ଖ୩
ନିଆସିନ
୩୫ ମି.ଗ୍ରା/ଦୈନିକ; ଔଷଧ, ଅଧିକ ଭିଟାମିନ ବା ଉନ୍ନତ ଖାଦ୍ୟ[ ୧୪]
ଦୈନିକ ୩୦୦୦ମିଗ୍ରା ବା ଅଧିକ ଖାଇଲେ ଅଇ, ବାନ୍ତି, କଲିଜା ବିଷାକ୍ତ ଲକ୍ଷଣ, ଦେଖାଯାଏ । ଚମ ଲାଲ ଦେଖାଯିବା, କୁଣ୍ଡେଇ ହେବା, ମୁଣ୍ଡ ବଥା ହେବା ଭଳି ଲକ୍ଷଣ ଦେଖାଯାଏ ।[ ୧୪] ଅଧିକ ଲିପିଡ ପ୍ରୋଫାଇଲ ଥିଲେ ଦୈକିକ ୨୦୦୦ ମି.ଗ୍ରା ପର୍ଯ୍ୟନ୍ତ ପ୍ରେସକ୍ରିପସନ ଲେଖାଯାଇପାରେ।[ ୧୫]
ଭିଟାମିନ ଖ୫
ପାଣ୍ଟୋଥେନିକ ଏସିଡ
ନାହିଁ
ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଜଣାନାହିଁ ।
ଭିଟାମିନ ଖ୬
ପାଇରିଡକ୍ସିନ
ଖାଦ୍ୟରେ ବା ଔଷଧରେ ଦୈନିକ ୧୦୦ମିଗ୍ରା ।[ ୧୬]
ଦୈନିକ ୧୦୦୦ ମି.ଗ୍ରା.ରୁ ଅଧିକ ଖାଇଲେ ପେରିଫେରାଲ ନିଉରୋପାଥି ଦେଖାଯାଏ । ଏହାଠାରୁ କମ ଖାଇଲେ ମଧ୍ୟ ପ୍ରତିକ୍ରିୟା ଦେଖାଯାଏ । ଦୈନିକ ୨୦୦ ମି.ଗ୍ରା.ରୁ ୧୦୦୦ ମି.ଗ୍ରା. ମଧ୍ୟ ବିପଦମୁକ୍ତ ନୁହେଁ ।[ ୧୬]
Vitamin ଖ୭
ବାୟୋଟିନ
ନାହିଁ
ଜଣା ନାହିଁ ।
Vitamin ଖ୯
ଫଲିକ ଏସିଡ
୧ ମି.ଗ୍ରା./ଦୈନିକ[ ୧୭]
ଖ୧୨ ଅଭାବ ଦବେଇ ଦିଏ, ତେଣୁ ଚିରସ୍ଥାୟୀ ସ୍ନାୟୁ ବିନଷ୍ଟ ହୁଏ । [ ୧୭]
Vitamin ଖ୧୨
ସିଆନୋକୋବାଲାମିନ
ସ୍ଥିର କରାଯାଇନାହିଁ ।[ ୧୮]
ବ୍ରଣ ଭଳି ରାସ [ବିପଦ ସ୍ଥିରୀକୃତ ହୋଇନାହିଁ ].[ ୧୮] [ ୧୯]
ଆଧାର
↑ Stipanuk, M.H. (2006). Biochemical, physiological, molecular aspects of human nutrition (2nd ed.). St Louis: Saunders Elsevier p.667
↑ Winklera, C; B. Wirleitnera, K. Schroecksnadela, H. Schennachb and D. Fuchs (September 2005). "Beer down-regulates activated peripheral blood mononuclear cells in vitro". International Immunopharmacology . 6 (3): 390–395. doi :10.1016/j.intimp.2005.09.002 . PMID 16428074 . {{cite journal }}
: CS1 maint: multiple names: authors list (link )
↑ Hoyumpa Jr, AM (1980). "Mechanisms of thiamin deficiency in chronic alcoholism" . American Journal of Clinical Nutrition . 33 (12): 2750–2761. PMID 6254354 . Retrieved 2010-01-18 .
↑ Leevy, Carroll M. (1982). "Thiamin deficiency and alcoholism". Annals of the New York Academy of Sciences . 378 (Thiamin: Twenty Years of Progress): 316–326. doi :10.1111/j.1749-6632.1982.tb31206.x .
↑ Pinto, J; Y P Huang; R S Rivlin (May 1987). "Mechanisms underlying the differential effects of ethanol on the bioavailability of riboflavin and flavin adenine dinucleotide" . Journal of Clinical Investigation . 79 (5): 1343–1348. doi :10.1172/JCI112960 . PMC 424383 . PMID 3033022 .
↑ Spivak, JL; DL Jackson (June 1977). "Pellagra: an analysis of 18 patients and a review of the literature". The Johns Hopkins Medical Journal . 140 (6): 295–309. PMID 864902 .
↑ Said, HM; A Sharifian, A Bagherzadeh and D Mock (1990). "Chronic ethanol feeding and acute ethanol exposure in vitro: effect on intestinal transport of biotin" . American Journal of Clinical Nutrition . 52 (6): 1083–1086. PMID 2239786 . Retrieved 2010-01-18 .
↑ Halsted, Charles; Picciano, M.F., Stokstad, E.L.R. and Gregory, J.F. (eds) (1990). Intestinal absorption of dietary folates (in Folic acid metabolism in health and disease) . New York, New York: Wiley-Liss. pp. 23–45. ISBN 0-471-56744-2 . Archived from the original on 2019-09-20. Retrieved 2014-06-12 . CS1 maint: multiple names: authors list (link )
↑ Watson, Ronald; Watzl, Bernhard, eds. (September 1992). Nutrition and alcohol . CRC Press. pp. 16–18. ISBN 978-0-8493-7933-8 .
↑ Thornalley, P. J.; Babaei-Jadidi, R.; Al Ali, H.; Rabbani, N.; Antonysunil, A.; Larkin, J.; Ahmed, A.; Rayman, G.; Bodmer, C. W. (2007). "High prevalence of low plasma thiamine concentration in diabetes linked to a marker of vascular disease" . Diabetologia . 50 (10): 2164–70. doi :10.1007/s00125-007-0771-4 . PMC 1998885 . PMID 17676306 .
↑ Shaw, Gary M.; Schaffer, Donna; Velie, Ellen M.; Morland, Kimberly; Harris, John A. (1995). "Periconceptional Vitamin Use, Dietary Folate, and the Occurrence of Neural Tube Defects". Epidemiology . 6 (3): 219–26. doi :10.1097/00001648-199505000-00005 . PMID 7619926 .
↑ ୧୨.୦ ୧୨.୧ National Academy of Sciences. Institute of Medicine. Food and Nutrition Board., ed. (1998). "Chapter 4 - Thiamin". Dietary Reference Intakes for Thiamin, Riboflavin, Niacin, Vitamin B6 , Folate, Vitamin B12 , Pantothenic Acid, Biotin, and Choline . Washington, D.C.: National Academy Press. pp. 58–86. ISBN 0-309-06411-2 . Archived from the original on 2009-06-18. Retrieved 2009-06-17 . ;
↑ ୧୩.୦ ୧୩.୧ National Academy of Sciences. Institute of Medicine. Food and Nutrition Board., ed. (1998). "Chapter 5 - Riboflavin". Dietary Reference Intakes for Thiamine, Riboflavin, Niacin, Vitamin B6 , Folate, Vitamin B12 , Pantothenic Acid, Biotin, and Choline . Washington, D.C.: National Academy Press. pp. 150–195. ISBN 0-309-06411-2 . Archived from the original on 2009-06-18. Retrieved 2009-06-17 . ;
↑ ୧୪.୦ ୧୪.୧ National Academy of Sciences. Institute of Medicine. Food and Nutrition Board., ed. (1998). "Chapter 6 - Niacin". Dietary Reference Intakes for Thiamine, Riboflavin, Niacin, Vitamin B6 , Folate, Vitamin B12 , Pantothenic Acid, Biotin, and Choline . Washington, D.C.: National Academy Press. pp. 123–149. ISBN 0-309-06411-2 . Archived from the original on 2009-06-18. Retrieved 2009-06-17 . ;
↑ "ଆର୍କାଇଭ୍ କପି" (PDF) . Archived from the original (PDF) on 2012-06-08. Retrieved 2014-06-15 .
↑ ୧୬.୦ ୧୬.୧ National Academy of Sciences. Institute of Medicine. Food and Nutrition Board., ed. (1998). "Chapter 7 - Vitamin B6". Dietary Reference Intakes for Thiamine, Riboflavin, Niacin, Vitamin B6 , Folate, Vitamin B12 , Pantothenic Acid, Biotin, and Choline . Washington, D.C.: National Academy Press. pp. 150–195. ISBN 0-309-06411-2 . Archived from the original on 2009-06-18. Retrieved 2009-06-17 . ;
↑ ୧୭.୦ ୧୭.୧ National Academy of Sciences. Institute of Medicine. Food and Nutrition Board., ed. (1998). "Chapter 8 - Folate". Dietary Reference Intakes for Thiamine, Riboflavin, Niacin, Vitamin B6 , Folate, Vitamin B12 , Pantothenic Acid, Biotin, and Choline . Washington, D.C.: National Academy Press. pp. 196–305. ISBN 0-309-06411-2 . Archived from the original on 2009-06-18. Retrieved 2009-06-17 . ;
↑ ୧୮.୦ ୧୮.୧ National Academy of Sciences. Institute of Medicine. Food and Nutrition Board., ed. (1998). "Chapter 9 - Vitamin B12 ". Dietary Reference Intakes for Thiamine, Riboflavin, Niacin, Vitamin B6 , Folate, Vitamin B12 , Pantothenic Acid, Biotin, and Choline . Washington, D.C.: National Academy Press. p. 346. ISBN 0-309-06411-2 . Archived from the original on 2010-10-11. Retrieved 2010-09-23 . ;
↑ Dupré, A; Albarel, N; Bonafe, JL; Christol, B; Lassere, J (1979). "Vitamin B-12 induced acnes". Cutis; cutaneous medicine for the practitioner . 24 (2): 210–1. PMID 157854 .
Information related to ଜୀବସାର ଖ