ଜୀବସାର କ ରେଟିନୋଲର ରାସାୟନିକ ସଂରଚନା
Trade names Aquasola AHFS /Drugs.com monograph ATC code
(2E,4E,6E,8E)-3,7-Dimethyl-9-(2,6,6-trimethyl-1-cyclohexen-1-yl)-2,4,6,8-nonatetraen-1-ol (Retinol)
CAS Number PubChem CID DrugBank ChemSpider KEGG ChEBI ChEMBL NIAID ChemDB ECHA InfoCard 100.031.195 Formula C 20 H 30 O Molar mass 286.4516 g/mol 3D model (JSmol )
C\C(=C/CO)\C=C\C=C(/C)\C=C\C1=C(C)CCCC1(C)C
InChI=1S/C20H30O/c1-16(8-6-9-17(2)13-15-21)11-12-19-18(3)10-7-14-20(19,4)5/h6,8-9,11-13,21H,7,10,14-15H2,1-5H3/b9-6+,12-11+,16-8+,17-13+
Y Key:FPIPGXGPPPQFEQ-OVSJKPMPSA-N
Y
ଜୀବସାର 'କ' (English: Vitamin A : ଭିଟାମିନ ଏ ) ଆକ୍ଷିରେ ଥିବା ରେଟିନା ନିମନ୍ତେ ଅତ୍ୟାବଶ୍ୟକୀୟ ପୋଷକ ଅଟେ । ଏହା ଉଭୟ କମ୍ ଆଲୋକରେ ଦେଖିବା ପାଇଁ ଓ ବର୍ଣ୍ଣ ଚିହ୍ନିବା (ରଙ୍ଗ ଚିହ୍ନିବା) ପାଇଁ ଆବଶ୍ୟକୀୟ ଅଟେ । ଜୀବ ଶରୀରରୁ ଜାତ ଖାଦ୍ୟରେ ଜୀବସାର 'କ' , ଇଷ୍ଟର ଅବସ୍ଥାରେ ମିଳେ ; ଯାହାକି ପରେ କ୍ଷୁଦ୍ରାନ୍ତରେ (small intestine) ରେଟିନୋଲରେ ବଦଳିଯାଏ । ରେଟିନୋଲ (Retinol) ରାସାୟନିକ ସଂରଚନା ଅନୁଯାୟୀ ଏକ ସୁରାସାର (Alcohol) ଅଟେ । ଏହି ରେଟିନୋଲ ଶରୀରରେ ସଞ୍ଚୟ ଅବସ୍ଥା ଅଟେ , ଯାହାକି ପରେ ଆଲ୍ଡିହାଇଡ୍ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ : ରେଟିନାଲ ।
ସାଧାରଣତଃ ଖାଦ୍ୟ ପଦାର୍ଥରେ ଜୀବସାର 'କ' ଦୁଇ ପ୍ରକାର ଅବସ୍ଥାରେ ମିଳେ :
ରେଟିନୋଲ , ଭିଟାମିନ-ଏ ର ଏକ ଅବସ୍ଥା ଯାହାକି ପ୍ରାଣୀ ଶରୀରରୁ ଜାତ ଖାଦ୍ୟ ପଦାର୍ଥରୁ ମିଳିଥାଏ ।
କାରୋଟୀନଗୁଡ଼ିକ ଯେପରିକି , ଆଲଫା କରୋଟିନ , ବିଟା କରୋଟିନ , ଗାମା କରୋଟିନ ଓ xanthophyll beta-cryptoxanthin ହିଁ ଭିଟାମିନର ଅବସ୍ଥା ରୂପେ ଶାକାହାରୀ ପ୍ରାଣୀଙ୍କ ଶରୀରରେ ଦେଖାଯାଏ । ପ୍ରକୃତରେ ମାଂସାହାରୀ ପ୍ରାଣୀମାନେ ଏହି କାରୋଟିନକୁ ରେଟିନାଲରେ ପରିବର୍ତ୍ତନ କରିବାରେ ଦୁର୍ବଳ ଅଟନ୍ତି ।
ଇତିହାସ
୧୯୦୬ରେ ଏହି ଜୀବସାର 'କ' ଆବିଷ୍କାର କରାଯାଇଥିଲା । ପୃଷ୍ଟିସାର , ସ୍ନେହସାର ଓ ଶ୍ୱେତସାର ବ୍ୟତୀତ ଅନ୍ୟ କିଛି ଉପାଦାନ ମଧ୍ୟ ଆବଶ୍ୟକ ଥିଲା ଗୋରୁଗାଇମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ । ୧୯୧୭ରେ ଏହି ଉପାଦାନ ସବୁ ସ୍ୱାଧୀନ ଭାବେ ଆବିଷ୍କାର କରିଥିଲେ : ଏଲମର ମ୍ୟାକ କୋଲୁମ (Elmer McCollum ) ୱିସ୍କୋନ୍ସିନ୍-ମାଡିସନ ବିଶ୍ୱବିଦ୍ୟାଳୟରେ ଓ ଲାଫାୟେତ୍ତେ ମେଣ୍ଡେଲ (Lafayette Mendel) , ଥୋମାସ ବର ଓସବୋର୍ଣ୍ଣ (Thomas Burr Osborne) ୟେଲ ବିଶ୍ୱବିଦ୍ୟାଳୟରେ । David Adriaan van Dorp ଓ Jozef Ferdinand Arens ନାମକ ଦୁଇଜଣ ଡଚ ରସାୟନବିତ୍.ଏହାକୁ ପ୍ରଥମେ କୃତ୍ରିମ ଭାବେ ବନେଇ ଥିଲେ ।
ଦୈନିକ ଆବଶ୍ୟକତା
ଜୀବସାର 'କ' ର ଦୈନିକ ଆବଶ୍ୟକତା[ ୧] ଅଧିକ ଦେଖନ୍ତୁ: କେତେ ଆହାର ନେବା ଉଚିତ? (ଇଂରାଜୀ)
ଜୀବନର ଅବସ୍ଥା
ଦୈନିକ ଆହାର (Adequate intakes)
μg/day
ଊର୍ଦ୍ଧ୍ୱ ସୀମା
μg/day
ଶିଶୁ
୦–୬ ମାସ ୭–୧୨ ମାସ
୪୦୦* ୫୦୦*
୬୦୦ ୬୦୦
ବାଳୁତ
୧–୩ ବର୍ଷ ୪–୮ ବର୍ଷ
୩୦୦ ୪୦୦
୬୦୦ ୯୦୦
ପୁରୁଷ
୯–୧୩ ବର୍ଷ ୧୪–୧୮ ବର୍ଷ ୧୯ – >୭୦ ବର୍ଷ
୬୦୦ ୯୦୦ ୯୦୦
୧୭୦୦ ୨୮୦୦ ୩୦୦୦
ସ୍ତ୍ରୀ
୯–୧୩ ବର୍ଷ ୧୪–୧୮ ବର୍ଷ ୧୯ – >୭୦ ବର୍ଷ
୬୦୦ ୭୦୦ ୭୦୦
୧୭୦୦ ୨୮୦୦ ୩୦୦୦
ଗର୍ଭାବସ୍ଥା
<୧୯ ବର୍ଷ ୧୯ – >୫୦ ବର୍ଷ
୭୫୦ ୭୭୦
୨୮୦୦ ୩୦୦୦
ସ୍ତନ୍ୟପାନ
<୧୯ ବର୍ଷ ୧୯ – >୫୦ ବର୍ଷ
୧୨୦୦ ୧୩୦୦
୨୮୦୦ ୩୦୦୦
ଖାଦ୍ୟ ଉତ୍ସ
ଗାଜର
ସାଧାରଣତଃ ଜୀବସାର କ ଅନେକ ଗୁଡିଏ ଖାଦ୍ୟ ପଦାର୍ଥରୁ ମିଳିଥାଏ:
ପ୍ରାଣୀଙ୍କ ଯକୃତ (ମାଂସ, ଘୁଷୁରି ମାଂସ, କୁକୁଡା ମାଂସ, ଟର୍କୀ, ମାଛ) ଓ କଡ଼ ମାଛ ର ଯକୃତରୁ ବାହାରୁଥିବା ତୈଳ ।
dandelion greens (୫୫୮୮ IU ୧୧୨%)[ ୨]
ଗାଜର (୮୩୫ μg ୯୩%)
broccoli ପତ୍ର (୮୦୦ μg ୮୯%) – USDA database Archived 2015-03-03 at the Wayback Machine . ଅନୁଯାୟୀ broccoli floretsରେ ଏହାର ପରିମାଣ ବହୁତ କମ । [ ୩]
କନ୍ଦମୂଳ (709 μg 79%)
ଲହୁଣୀ (684 μg 76%)
ବନ୍ଧାକୋବି (681 μg 76%)
ଖଡା ଶାଗ (୪୬୯ μg ୫୨%)
କଖାରୁ (୪୦୦ μg ୪୧%)
collard greens (333 μg 37%)
Cheddar cheese (265 μg 29%)
ତରଭୁଜ (169 μg 19%)
ଅଣ୍ଡା (୧୪୦ μg ୧୬%)
apricot (୯୬ μg ୧୧%)
ଅମୃତ ଭଣ୍ଡା (୫୫ μg ୬%)
ଆମ୍ବ (୩୮ μg ୪%)
ମଟର ଚଣା (୩୮ μg ୪%)
broccoli (୩୧ μg ୩%)
କ୍ଷୀର (୨୮ μg ୩%)
ବି.ଦ୍ର : ଏହି ତଥ୍ୟ ସବୁ USDA databaseରୁ Archived 2015-03-03 at the Wayback Machine . ନିଆଯାଇଛି ଏବଂ ବନ୍ଧନୀ ମଧ୍ୟରେ ଥିବା ତଥ୍ୟ ହେଉଛି, ୧୦୦ ଗ୍ରାମ ଖାଦ୍ୟ ପ୍ରତି retinol activity equivalences (RAEs)ଓ ବୟସ୍କ ପୁରୁଷ ପାଇଁ ଦୈନିକ ଆହାର ଆବଶ୍ୟକତାର ପ୍ରତିଶତ ମୂଲ୍ୟ ।
ପାଚନ ପ୍ରକ୍ରିୟା
ଅଭାବ ଜନିତ ରୋଗ
ଆଧିକ୍ୟ ଜନିତ ରୋଗ
ଆହୁରି ଦେଖନ୍ତୁ
ଆଧାର
ଅଧିକ ପଢନ୍ତୁ
Litwack, Gerald (2007). Vitamin A . Vitamins and Hormones. Vol. 75. San Diego, CA: Elsevier Academic Press. ISBN 978-0-12-709875-3 .
UNICEF, Vitamin A Supplementation: A Decade of Progress, UNICEF, New York, 2007. Archived 2020-11-26 at the Wayback Machine .
Flour Fortification Initiative, GAIN, Micronutrient Initiative, USAID, The World Bank, UNICEF, Investing in the Future: A United Call to Action on Vitamin and Mineral Deficiencies, 2009. Archived 2010-12-14 at the Wayback Machine .
ବାହାର ଲିଙ୍କ