ଏ. ସୁର୍ଯ୍ୟନାରାୟଣ ନାଇଡ଼ୁ
ଶିକ୍ଷା ଓ ପେଶାଜଷ୍ଟିସ୍ ନାଇଡ଼ୁ ପୁରୀରେ ୫ ଜୁଲାଇ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସ୍କୁଲରୁ ମାଟ୍ରିକୁଲେସନ୍ ପାସ୍ କରି ସେ ଭଦ୍ରକ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କଲେ । କଟକର ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ (ତତକାଳୀନ ଏମ.ଏସ୍. ଲ' କଲେଜ)ରୁ ଆଇନ ଶିକ୍ଷା ଲାଭ କରି ଏଲଏଲ.ବି ଡିଗ୍ରୀ ହାସଲ କଲେ । ୧୯୭୩ ମସିହାରେ ଓକିଲଭାବେ ଯୋଗ ଦେଇ ଆଇନ ବ୍ୟବସାୟ ଆରମ୍ଭ କଲେ । ପୂର୍ବତନ ଆଡଭୋକେଟ ଜେନେରାଲ ଶ୍ରୀକାନ୍ତ ମହାନ୍ତିଙ୍କ ଅଧୀନରେ ପ୍ରଥମେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ନାଗରିକ ଅଧିକାର, ଫୌଜଦାରୀ, ସଂବିଧାନୀୟ ଏବଂ ସରକାରୀ କ୍ଷେତ୍ରରେ ମାମଲା ପରିଚାଳନା କରିବାର ଅଭ୍ୟାସ ଆରମ୍ଭ କଲେ । ୧୯୮୮-୮୯ ମସିହାରେ ଓଡିଶା ସରକାର ପକ୍ଷରେ ଅତିରିକ୍ତ ସରକାର ଓକିଲ ଭାବରେ ନିଯୁକ୍ତ ହୋଇଥିଲେ । ସେ ୨୯.୯.୨୦୦୦ ରୁ ୪.୭.୨୦୧୦ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କଲେ।[୧] ସେ ମେ ୫ ୨୦୧୧ରୁ ଜାନୁଆରୀ ୩୧ ୨୦୧୩ ପର୍ଯ୍ୟନ୍ତ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର (National Green Tribunal) ନ୍ୟାୟିକ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।[୨] ୧ ଜାନୁଆରୀ ୨୦୧୨ ରେ ସେ ମଧ୍ୟ ଜାତୀୟ ଗ୍ରୀନ ଟ୍ରିବୁନାଲର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ ।[୩] ଆଧାର
Information related to ଏ. ସୁର୍ଯ୍ୟନାରାୟଣ ନାଇଡ଼ୁ |
Portal di Ensiklopedia Dunia