ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ (୦୧ ସେପ୍ଟେମ୍ବର ୧୮୯୬ – ୧୪ ନଭେମ୍ବର ୧୯୭୭) ଜଣେ ଗୌଡ଼ୀୟ ବୈଷ୍ଣବ ଧର୍ମଗୁରୁ ତଥା ଇସ୍କନର ପ୍ରତିଷ୍ଠାତା ଥିଲେ ।[୧] ଇସ୍କନର ସଦସ୍ୟମାନେ ଭକ୍ତିବେଦନ୍ତ ସ୍ୱାମୀଙ୍କୁ ଚୈତନ୍ୟଙ୍କ ପ୍ରତିନିଧି ଓ ଦୂତ ମନେକରନ୍ତି ।[୨] ସେ ଆଫ୍ରିକୀୟ-ଆମେରିକୀୟ ଲୋକଙ୍କ ବିରୋଧରେ ତାଙ୍କର ବର୍ଣ୍ଣବାଦୀ ମତ, ପ୍ରତାଡ଼ିତ ଜାତି ବିରୋଧୀ ଭେଦଭାବ, ଇହୁଦୀ-ବିରୋଧୀ ମତ, ମହିଳାମାନଙ୍କ ପ୍ରତି ଦ୍ୱେଷ ଏବଂ ଆଡଲ୍ଫ ହିଟଲରଙ୍କ ଅପରାଧକୁ ସମର୍ଥନ କରିବା ପାଇଁ ସମାଲୋଚନାର ଶିକାର ହୋଇଛନ୍ତି ।[୩][୪][୫] ଜୀବନୀବାଲ୍ୟ ଜୀବନସେପ୍ଟେମ୍ବର ୧, ୧୮୯୬ରେ କଲିକତାରେ ଜନ୍ମିତ ଏହି ଧର୍ମଗୁରୁଙ୍କର ପିତୃମାତୃଦତ୍ତ ନାମ ଥିଲା ଅଭୟ ଚରଣ ଦେ ।[୬] ପ୍ରଭୁପାଦ ସ୍ୱାମୀଙ୍କ ପିତା ଗୌର ମୋହନ ଦେ ଓ ମାତା ରଜନୀ ଦେ ଉଭୟ ବୈଷ୍ଣବ ଥିଲେ । କମ୍ ବୟସରୁ ଅଭୟ କୃଷ୍ଣ ଆରାଧନା କରିବାକୁ ଭଲ ପାଉଥିଲେ । ନନ୍ଦୋତ୍ସବ ଦିନ ଜନ୍ମିତ ହୋଇଥିବାରୁ ବାପା ମାଁ ତାଙ୍କୁ ଶ୍ରଦ୍ଧାରେ ନନ୍ଦଦୁଲାଲ ନାମରେ ଡାକୁଥିଲେ । ନନ୍ଦଦୁଲାଲ ସାଥି ପିଲାଙ୍କ ସହ ଖେଳନା ରଥରେ ରଥଯାତ୍ରା ପାଳନ କରିବା ତଥା ସାଙ୍ଗ ମେଳରେ ସଂକୀର୍ତ୍ତନ ଓ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବା ଭଲ ପାଉଥିଲେ ।[୭] ଶିକ୍ଷାକଲିକତାର ପ୍ରଖ୍ୟାତ ସ୍କଟିସ ଚର୍ଚ୍ଚ କଲେଜରେ ଶିକ୍ଷା ଲାଭ କରି ସେ ୧୯୨୦ ମସିହାରେ ଇଂରାଜୀ, ଅର୍ଥନୀତି ଏବଂ ଦର୍ଶନ ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କଲେ । ତତ୍କାଳୀନ ସମୟରେ ସ୍କଟିସ ଚର୍ଚ୍ଚ କଲେଜର ଅଧ୍ୟାପକ ବୃନ୍ଦ ଧାର୍ମିକ ଏବଂ ଶାନ୍ତ ସ୍ୱଭାବ ପାଇଁ ବେଶ ପରିଚିତ ଥିଲେ ଏବଂ କଲେଜର ଶିକ୍ଷାଦାନ ବ୍ୟବସ୍ଥା ଉତ୍ତମ ଥିଲା । କଲେଜ ପଢୁଥିବା ବେଳେ ଅଭୟ ଇଂରାଜୀ ସୋସାଇଟି ଏବଂ ସଂସ୍କୃତ ସୋସାଇଟିରେ ସଭ୍ୟ ଥିଲେ । ଅତଏବ କୁହାଯାଏ, ଏଭଳି ପରିବେଶ ପରବର୍ତ୍ତୀ ସମୟରେ ତାଙ୍କୁ ଧର୍ମଗୁରୁ ଭାବେ ନେତୃତ୍ୱ ନେବାର ଯୋଗ୍ୟତା ଅର୍ଜ୍ଜନ କରିବାରେ ସହାୟତା କରିଥିଲା । ୧୯୧୮ ମସିହାରେ ସେ ବିବାହ କରି ସାଂସାରିକ ଜୀବନ ଆରମ୍ଭ କରିଥିଲେ । କିଛିଦିନପାଇଁ ଡିପ୍ଲୋମା ପାଠ ଛାଡି ଗାନ୍ଧୀଙ୍କ ନେତୃତ୍ୱରେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେବା ପାଇଁ ସେ ଆଗେଇ ଆସିଥିଲେ । ସେ ମନେ କରିଥିଲେ, ଭାରତ ସ୍ୱାଧୀନ ହେବାପରେ ବେଦାନ୍ତର ବାର୍ତ୍ତା ପାଶ୍ଚାତ୍ୟରେ ପ୍ରଚାର କରିବା ଉଚିତ ହେବ । ଧର୍ମପ୍ରଚାର୧୯୨୨ମସିହାରେ ତାଙ୍କୁ ଯେତେବେଳେ ୨୬ବର୍ଷ ବୟସ, ଗୌଡ଼ୀୟ ମଠର ସଂସ୍ଥାପକ ତଥା ପ୍ରଖ୍ୟାତ ବିଦ୍ୱାନ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ସହ ତାଙ୍କର ଦେଖା ହୁଏ । ପରବର୍ତ୍ତୀ ସମୟରେ ଅଭୟ ତାଙ୍କରି ଶିଷ୍ୟତ୍ୱ ଗ୍ରହଣ କରିଥିଲେ ।[୮] ଗୁରୁଙ୍କ ଆଦେଶ ଥିଲା ସେ ପ୍ରଥମେ ପାଶ୍ଚାତ୍ୟରେ ପ୍ରଭୁ ଚୈତନ୍ୟଙ୍କ ବାଣୀର ପ୍ରଚାର କରନ୍ତୁ ।[୯] ଗୁରୁଙ୍କ ଆଦେଶ ପ୍ରକାରେ ଶ୍ରୀଲ ପ୍ରଭୁପାଦ ଭଗବତ ଗୀତାର ଏକ ଇଂରାଜୀ ଟୀକା ପ୍ରଣୟନ କଲେ । ପରେ ପରେ ଅର୍ଥାତ୍, ୧୯୪୪ରେ ସେ "back to Godhead" ନାମକ ଏକ ଇଂରାଜୀ ପାକ୍ଷିକ ପତ୍ରିକାର ପ୍ରକାଶନ କଲେ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ ଏବଂ କୃଷ୍ଣଭକ୍ତିର ପ୍ରଚାର ନିମିତ୍ତ ଉକ୍ତ ପତ୍ରିକାର ଲେଖା, ସଂପାଦନା, ପତ୍ରିକା ଡିଜାଇନ, ସଂଶୋଧନ, ବିତରଣ ତଥା ପ୍ରକାଶନ ଏ ସମସ୍ତ ଦାୟିତ୍ୱ ସେ ନିଜେ ବହନ କରିଥିଲେ । ପତ୍ରିକାର ପ୍ରଥମ ସଂସ୍କରଣରେ ସେ ଲେଖିଥିଲେ:
A. C. Bhaktivedanta Swami|Back to Godhead magazine (Vol.1, 1–4, 1944) ଶ୍ରୀଲ ପ୍ରଭୁପାଦଙ୍କ ଭକ୍ତି ତଥା ଦର୍ଶନ ଶାସ୍ତ୍ରରେ ବ୍ୟୁତ୍ପତ୍ତିକୁ ସମ୍ମାନ ଜଣାଇ ଗୌଡ଼ୀୟ ବୈଷ୍ଣବ ସମାଜ ତାଙ୍କୁ ୧୯୪୭ ମସିହାରେ ଭକ୍ତିବେଦାନ୍ତ ଉପାଧିରେ ସମ୍ବର୍ଦ୍ଧିତ କରିଥିଲେ ।[୧୦] ତେବେ ପରବର୍ତ୍ତୀ ସମୟରେ ଅର୍ଥାତ୍ ୧୯୬୭ ମସିହା ବେଳକୁ ତାଙ୍କରି ଶିଷ୍ୟଗଣ ତାଙ୍କୁ ସମ୍ମାନସୂଚକ ପ୍ରଭୁପାଦ (ଅର୍ଥାତ୍, ପ୍ରଭୁଙ୍କ ଚରଣାଶ୍ରିତ) ନାମରେ ପରିଚିତ କରାଇଲେ । ୧୯୫୦ ମସିହାରେ, ୫୪ ବର୍ଷ ବୟସରେ ସେ ବିବାହିତ ଜୀବନରୁ ଦୁରେଇ ଗଲେ ଏବଂ ଠିକ ଚାରିବର୍ଷ ପରେ ବାନପ୍ରସ୍ଥ ଗ୍ରହଣ କଲେ । ବୃନ୍ଦାବନସ୍ଥିତ ରାଧାଦାମୋଦର ମନ୍ଦିରରେ ରହି ବେଦାନ୍ତ ଦର୍ଶନ ଓ ଶ୍ରୀମଦ୍ ଭାଗବତମ୍ ଉପରେ ତାଙ୍କରି ଲେଖା ଓ ଅଧ୍ୟୟନ ଜାରି ରଖିଲେ । ![]() ଆମେରିକା ଯାତ୍ରା୧୯୬୫ରେ, ୭୦ ବର୍ଷ ବୟସରେ ଶ୍ରୀଲ ପ୍ରଭୁପାଦ ଗୁରୁଙ୍କ ଆଦେଶ ଅନୁସାରେ ଆମେରିକା ଯାତ୍ରା କଲେ । ଜଳଦୂତ ନାମକ ଜାହାଜରେ ଚାଳିଶ ଦିନର ଯାତ୍ରା କରି ଶେଷରେ ସେ ନିୟୁୟର୍କ ନଗରରେ ପହଞ୍ଚିଲେ । ନିୟୁୟର୍କରେ ପ୍ରାରମ୍ଭିକ ସମୟରେ ସେ ସଂକୀର୍ତ୍ତନ ଏବଂ ଭଗବତ ଗୀତା ସମ୍ପର୍କିତ ଶିକ୍ଷାଦାନ ଜାରି ରଖିଲେ । ବିଭିନ୍ନବର୍ଗର ଅନେକ ବିଦେଶୀ ଯୁବକ ତାଙ୍କର ଶିଷ୍ୱତ୍ୱ ଗ୍ରହଣ କରିଥିଲେ । ପରେ ୧୯୬୬ ମସିହା ଜୁଲାଇରେ ତାଙ୍କ ପ୍ରଚେଷ୍ଟା ଏବଂ ଶିଷ୍ୟଗଣଙ୍କ ସହଯୋଗରେ ସେଠାରେ ଇସ୍କନ ପ୍ରତିଷ୍ଠା ଲାଭ କଲା ।[୧୧] ଆନ୍ତର୍ଜାତିକ କୃଷ୍ଣଚେତନା ସଙ୍ଘ ବା "International Society for Krishna Consciousness" (ISKCON) ବା ଇସ୍କନ ଏକ ଗୌଡ଼ୀୟ ବୈଷ୍ଣବ ଧାର୍ମିକ ସଙ୍ଗଠନ । ଏହା ହରେକୃଷ୍ଣ ଆନ୍ଦୋଳନ ନାମରେ ମଧ୍ୟ ଖ୍ୟାତ ।[୧୨]ଗୀତାରେ ବର୍ଣ୍ଣିତ ଭକ୍ତିଯୋଗର ପ୍ରାଧାନ୍ୟକୁ ପ୍ରଚାର କରିବା ଏବଂ ଅଦ୍ୱୈତବାଦର ପ୍ରତିଷ୍ଠା ଏହି ପ୍ରତିଷ୍ଠାନର ଅନ୍ୟତମ ଲକ୍ଷ୍ୟ ।[୧୩] ଆମେରିକାରେ ତାଙ୍କ ଶିଷ୍ୟଗଣଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ନିୟୁୟର୍କରେ ଏକ ମନ୍ଦିର ଏବଂ ପରେ ୧୯୬୭ରେ ସାନ୍ ଫ୍ରାନ୍ସିସକୋ ନଗରରେ ଏକ କେନ୍ଦ୍ରର ପ୍ରତିଷ୍ଠା ହେଲା । ଏହିଠାରୁ ପ୍ରଭୁପାଦ ଆମେରିକାର ବିଭିନ୍ନ ସ୍ଥାନ ଭ୍ରମଣ କରି ସଂକୀର୍ତ୍ତନ, ବହି ବିତରଣ ତଥା ସର୍ବସାଧାରଣ ସ୍ଥଳରେ ଧାର୍ମିକ ବକ୍ତୃତାଦ୍ୱାରା ଗୌଡ଼ୀୟ ବୈଷ୍ଣ୍ଣବ ଧର୍ମର ପ୍ରଚାର କରିବା ଆରମ୍ଭ କରିଥିଲେ । ଆମେରିକାରେ ପହଞ୍ଚିବାର ପ୍ରଥମ ବାର ବର୍ଷ ମଧ୍ୟରେ ପ୍ରଭୁପାଦ ତାଙ୍କ ଲକ୍ଷ୍ୟ ପୂରଣ ଦିଗରେ ସଫଳତା ଲାଭ କରିଥିଲେ ।
ମତଦାସପ୍ରଥାସ୍ୱାମୀ କହିଥିଲେ ଯେ ଆଫ୍ରିକୀୟ-ଆମେରିକୀୟ ଲୋକମାନେ ଦାସପ୍ରଥା ଭିତରେ ରହିବା ଉଚିତ୍ । "କଳାମାନେ ଦାସ ଥିଲେ । ସେମାନେ ନିୟନ୍ତ୍ରଣରେ ଥିଲେ । ଏବଂ ଯେହେତୁ ସେମାନଙ୍କୁ ସମାନ ଅଧିକାର ଦେଇଛ, ସେମାନେ ବିଚଳିତ, ସବୁଠାରୁ ଅଶାନ୍ତ, ସର୍ବଦା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛନ୍ତି, ଅସଂସ୍କୃତ ଏବଂ ମଦ୍ୟପ ହୋଇରହିଛନ୍ତି । ସେମାନଙ୍କୁ କ'ଣ ପ୍ରଶିକ୍ଷଣ ମିଳିଛି? ସେମାନଙ୍କୁ ସମାନ ଅଧିକାର ମିଳିଛି କି? ସେମାନଙ୍କୁ ଦାସ ଭାବରେ ନିୟନ୍ତ୍ରଣରେ ରଖିବା ଭଲ କିନ୍ତୁ ସେମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ପର୍ଯ୍ୟାପ୍ତ କପଡ଼ା ଦେବା ବ୍ୟତୀତ ଅଧିକ ଦେବା କଥା ନୁହେଁ । ତା'ହେଲେ ସେମାନେ ସନ୍ତୁଷ୍ଟ ହେବେ ।[୧୭] ନାରୀନାରୀମାନଙ୍କ ବିଷୟରେ ସ୍ୱାମୀଙ୍କ ରଚନା ଅଧିକାଂଶ ଭାବେ ନାରୀ-ଦ୍ୱେଷ ବୋଲି ବିବେଚନା କରାଯାଏ । ତାଙ୍କର କିଛି ମତ ହେଉଛି:
ଗ୍ରନ୍ଥସୂଚୀଇସ୍କନର ପ୍ରତିଷ୍ଠାତା ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ତାଙ୍କରି ଲେଖା ଏବଂ ଶ୍ରୀମଦ୍ ଭଗବତ ଗୀତା, ଚୈତନ୍ୟ ଚରିତାମୃତ ଭଳି ଗ୍ରନ୍ଥର ଅନୁବାଦ ମାଧ୍ୟମରେ ପାଶ୍ଚାତ୍ୟରେ ଗୌଡ଼ୀୟ ବୈଷ୍ଣବ ମତବାଦର ବହୂଳ ପ୍ରଚାର କରିଛନ୍ତି । ତାଙ୍କ ପ୍ରକାଶିତ ବହିଗୁଡିକୁ ତାଙ୍କରି ଅନବଦ୍ୟ ଅବଦାନ ବୋଲି କୁହାଯାଇପାରେ । ସେ ଭଗବତ ଗୀତା ସମେତ ବେଦ, ବେଦାନ୍ତ ଓ ଭକ୍ତି ସଂପର୍କିତ ଅଶୀରୁ ଅଧିକ ବହିର ଅନୁବାଦ ତଥା ଟୀକା ପ୍ରସ୍ତୁତ କରିଛନ୍ତି ।[୧୩] ତାଙ୍କ ପ୍ରକାଶିତ Bhagavad-gita As It Is, ତିରିଶ ଭାଗରେ ପ୍ରକାଶିତ Srimad-Bhagavatam ଏବଂ ସତର ଭାଗରେ ପ୍ରକାଶିତ Sri Chaitanya-charitamrita ଗୋଟିଏ ଗୋଟିଏ କାଳଜୟୀ ରଚନା । ତାଙ୍କରି ବହିସବୁର ପ୍ରକାଶନ ନିମିତ୍ତ ୧୯୭୨ ମସିହାରେ ଭକ୍ତିବେଦାନ୍ତ ବୁକ୍ ଟ୍ରଷ୍ଟ ପ୍ରତିଷ୍ଠିତ ହେଲା । ବର୍ତ୍ତମାନ ଏହି ସବୁ ଗ୍ରନ୍ଥର ଅନୁବାଦ ଛଅସ୍ତରୀରୁ ଅଧିକ ଭାଷାରେ ଉପଲବ୍ଧ । ଏସବୁ ଇସ୍କନର ପବିତ୍ର ଗ୍ରନ୍ଥ ରୂପେ ବିବେଚିତ । ଅନୁବାଦ ଓ ଟୀକା
ଶ୍ରୀଲ ପ୍ରଭୁପାଦଙ୍କ ଜୀବନକାଳ ମଧ୍ୟରେ ପ୍ରକାଶିତ ଅନ୍ୟାନ୍ୟ ବହିମାନଙ୍କର ଏକ ଅସମ୍ପୂର୍ଣ୍ଣ ତାଲିକା:
ପ୍ରଭୁପାଦଙ୍କ ମରଣୋତ୍ତର ପ୍ରକାଶିତ ବହି
ବଙ୍ଗଳା ଭାଷାରେ ଲିଖିତ ବହି
ଆଧାର
ଅଧିକ ତଥ୍ୟInformation related to ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ |
Portal di Ensiklopedia Dunia